
ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି ଋଷ । ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଉପରେ ପଡିଛି । ମସ୍କୋ ନିଜର ଷ୍ଟକ୍ ମାର୍କେଟକୁ ବନ୍ଦ କରିଥିବା ବେଳେ ଭାରତୀୟ ସେୟାର ମାର୍କେଟ ଭୁଶୁଡି ପଡିଛି । ଯୁଦ୍ଧ ଯୋଗୁଁ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନସେକ୍ସ ଗୁରୁବାର ୧୮୫୯ ପଏଣ୍ଟ ଖସି ଯାଇଛି । ଗୁରୁବାର ସକାଳେ ଷ୍ଟକ୍ ମାର୍କେଟ୍ କ୍ଷତିରେ ଆରମ୍ଭ ହୋଇଥିଲା ।
ପରେ କିଛିଟା ସୁଧାର ଆସିଥିଲା । ଶେଷରେ ଅସ୍ଥିରତା ମଧ୍ୟରେ ସେନସେକ୍ସ ୧୪୩୦ ପଏଣ୍ଟ ହ୍ରାସ ପାଇ ୫୫,୮୦୨ ସ୍ତରରେ କାରବାର କରୁଛି। ମାତ୍ର କିଛି ମିନିଟର କାରବାର ସମୟରେ ଆଠ ଲକ୍ଷ କୋଟି ଟଙ୍କା ନିବେଶକମାନେ କ୍ଷତି ସହିଥିବା ଜଣାପଡିଛି । ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି। ଏଥିରେ ୪୧୪ ପଏଣ୍ଟ ଖସିବା ସହ ୧୬,୬୪୮ରେ ପହଞ୍ଚିଛି।