Breaking PLUSଓଡ଼ିଶାମୁଖ୍ୟ ଖବର

୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ସୋମବାରଠୁ ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ଲାଗି ପୀତି ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨ ତାରିଖରେ ମହାପ୍ରଭୁଙ୍କର ବନକଲାଗି ନୀତି ରହିଛି। ତେଣୁ ୩ ତାରିଖ ଯାଏ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ସେପଟେ ଭିତର ଓ ବାହାର ରତ୍ନଭଣ୍ଡାର ମଧ୍ୟରେ ଲାଗିଥିବା ୫ଟି ଲୁହା ବିମ୍ କୁ ବଦଳାଇ ଷ୍ଟନଲେସ୍ ବକ୍ସ ବିମ୍ ଲାଗିଛି। ମରାମତି ବେଳେ ୫ଟି ଲୁହା ବିମ୍ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା। ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ ଶେଷ ହୋଇପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button