50ରୁ କମ୍ ଦିନରୁ ଲକ୍ଷାଧିକ ଗାଁରେ ପହଞ୍ଚି ରେକର୍ଡ କରିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 27 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ,50ରୁ କମ୍ ଦିନରେ ଲକ୍ଷାଧିକ ଗାଁରେ ପହଞ୍ଚି ବିକଶିତ ଭାରତ ସଂକଳ୍ପ ଯାତ୍ରା ରେକର୍ଡ କରିଛି । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତି ନିକଟରେ ସରକାରଙ୍କ ମୁଖ୍ୟ ଯୋଜନାକୁ ପହଞ୍ଚାଇ ଉଦ୍ୟମକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପୂରା ଦେଶରେ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ବିକଶିତ ଭାତର ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ଲୋକେ ସରକାରଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମର ଲାଭ ପାଇବା ପାଇଁ , ଯୋଜନା ଜାଣିବା ପାଇଁ ଚିନ୍ତିତ ରହୁଥିବା ବେଳେ ଏବେ ସେହି ସମୟର ଆଉ ନାହିଁ । ମୋଦି ଆପଣଙ୍କ ସହ ପରିଚିତ ବୋଲି ଆପଣଙ୍କୁ ମନେ ରଖିବାକୁ ପଡିବ । ଆପଣଙ୍କୁ ଆଉ କାହାର ଆବଶ୍ୟକତା ନାହିଁ । ଆପଣ ଯାହାର ହକଦାର, ଆପଣଙ୍କୁ ସବୁ ଲାଭ ମିଳିବ । ମୋଦିଙ୍କ ଗ୍ୟାରେଣ୍ଟି ବାଲା ଗାଡି ସମସ୍ତଙ୍କ ନିକଟରେ ଓ ସବୁ ସ୍ଥାନରେ ପହଞ୍ଚିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋଦିଙ୍କ ଗ୍ୟାରେଣ୍ଟି ଗାଡି ଯେଉଁଠାକୁ ଯାଉଛି, ସେଠାରେ ଲୋକଙ୍କ ବିଶ୍ୱାସ ବଢୁଛି । ଯାତ୍ରା ଆରମ୍ଭ ହେବା ପରେ ଉଜ୍ଜଳା ଗ୍ୟାସ ସଂଯୋଗ ପାଇଁ 4.5ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଥିଲେ । ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି । ଦେଶବ୍ୟାପୀ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି । ଆୟୁଷ୍ମାନ ଭାରତ କାର୍ଡ ସହିତ ଆଭା କାର୍ଡ ପ୍ରସ୍ତୁତ କରାଯାଉଛି । ଗ୍ରାମିଣ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଗାଁର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାର ବହୁତ ବଡ ଅଭିଯାନ ଚଳାଉଛନ୍ତି । ଗତବର୍ଷ ପ୍ରାୟ 10 କୋଟି ମହିଳା ଏସଏଚଜି ସହିତ ଯୋଡି ହୋଇଛନ୍ତି ।