ଓଡ଼ିଶା

ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି

 ଭୁବନେଶ୍ୱର ତାପମାତ୍ରା ୪୧.୨ ଡିଗ୍ରୀ

ତତଲା କଡେଇରେ ଭାଜି ହେଉଛି ଓଡ଼ିଶା। ଅସହ୍ୟ ହେଲାଣି ଗରମ, ଅସ୍ତବ୍ୟସ୍ତ ହେଲାଣି ଜୀବନ। ଅସମ୍ଭାଳ ତାତିରେ ହସ୍ତସନ୍ତ ହେଲେଣି ରାଜଧାନୀବାସୀ। ଶନିବାର ରାଜଧାନୀ ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ତାପମାତ୍ର ୪୦.୨ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦ ଡିଗ୍ରୀ, ଝାରସୁଗୁଡା ତାପମାତ୍ର ୩୯.୫ ଡିଗ୍ରୀ,

ହୀରାକୁଦର ତାପମାତ୍ରା ୩୮.୮ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୮.୬ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୭.୪ ଡିଗ୍ରୀ, ପୁରୀର ତାପମାତ୍ରା ୩୨.୪ ଡିଗ୍ରୀ, ପାରାଦ୍ୱୀପର ତାପମାତ୍ରା ୩୨.୨ ଡିଗ୍ରୀ ଏବଂ ଗୋପାଳପୁରରେ ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button