Breaking PLUSଓଡ଼ିଶାରାଜନୀତି
ପଦ୍ମପୁର ଉପନିର୍ବାଚନରେ ରେକର୍ଡ ମତଦାନ,ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ

ଆଜି ସକାଳୁ ଆରମ୍ଭ ହୋଇଯାଇଛି ପଦ୍ମପୁର ଉପନିର୍ବାଚନ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ରହିଥିବାବେଳେ ପଦ୍ମପୁର ଉପନିର୍ବାଚନରେ ରେକର୍ଡ ମତଦାନ ସୃଷ୍ଟି କରିଛି । ସନ୍ଧ୍ୟା ୬.୩୦ ସୁଦ୍ଧା ଲାଇନରେ ଥିବା ଭୋଟର ନିଜ ନିଜ ମତ ସାବ୍ୟସ୍ତ କରୁଛନ୍ତି ।
ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ କରାଯାଇଛି । ଏବେବି ଆଉ ୭୧ଟି ବୁଥ୍ରେ ମତଦାନ ଚାଲିଥିବା ଜଣାପଡ଼ିଛି । ଏନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି।