Breaking PLUSଓଡ଼ିଶାମୁଖ୍ୟ ଖବର

ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, କୋରାପୁଟରେ ବୁଡିଲା ରାସ୍ତା

ଭୁବନେଶ୍ୱର- ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ଲଘୁଚାପ ।  ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ  ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି  । କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ବୁଡ଼ିଛି ରାସ୍ତା, ବ୍ରିଜ -କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ଫୁଲୁଛି । ଦିଘାପୁର ଠାରେ କୋଲାବ ନଦୀ ବ୍ରିଜ ଉପରେ ବନ୍ୟା ପାଣି ଚାଲୁଛି । ବନ୍ୟା ପାଣି ଯୋଗୁଁ ଜୟପୁର-କୁନ୍ଦ୍ରୁରା ଯାତାୟାତ ବାଧାପ୍ରାପ୍ତ ହୋଇଛି । ବୈପାରୀଗୁଡ଼ାରେ ସର୍ବାଧିକ ୧୭୦ ମିମି ବର୍ଷା ରେକର୍ଡ ସୂଚନା ମିଳିଛି ।

ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ‘ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ଭୀଷଣ ବର୍ଷା ନେଇ ୱାର୍ଣ୍ଣିଂ’ଜାରି ହୋଇଛି । ‘ବର୍ଷା ସହ ୪୦-୫୦ କିମି ବେଗରେ ପବନ ବହିବା ସମ୍ଭାବନା’ ରହିଛି । ‘ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା, ଅଶାନ୍ତ ରହିବ ସମୁଦ୍ର’ । ‘୧୧ ତାରିଖ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ’ କରାଯାଇଛି ।

Show More

Related Articles

Back to top button