Breaking PLUSଦେଶମୁଖ୍ୟ ଖବରରାଜନୀତି
ରେଖାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ

ରେଖା ଗୁପ୍ତା ରାଜଧାନୀ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରେଖାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ପରବେଶ ସିଂହଙ୍କୁ ସାମିଲ କରାଯାଇଛି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରୁ ପରାଜିତ କରିଥିଲେ। ତାଙ୍କ ବ୍ୟତୀତ ରବିନ୍ଦର ଇନ୍ଦରାଜ, କପିଲ ମିଶ୍ରା, ଆଶିଷ ସୁଦ, ମନଜିନ୍ଦର ସିଂହ ସିର୍ସା ଏବଂ ପଙ୍କଜ କୁମାର ସିଂହ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଆଉ କିଛି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ସମାରୋହରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନା ତାଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ଦିଲ୍ଲୀରେ ବିଜେପି ୨୬ ବର୍ଷ ପରେ କ୍ଷମତାକୁ ଫେରିଥିବାବେଳେ ରେଖା ଗୁପ୍ତା ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।