Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୩ରୁ ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

ଆସନ୍ତା ୨୩ ତାରିଖରୁ ରାଜଧାନୀରେ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବ। କରୋନା ସ୍ଥିତି ତଥା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏନେଇ ଅନୁମତି ଦେବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲେ ହେଁ ଗର୍ଭଗୃହକୁ ଯାଇପାରିବେ ନାହିଁ।

ଆସନ୍ତା ୨୩ ତାରିଖରୁ ରାଜଧାନୀରେ ମନ୍ଦିର ଓ ଧର୍ମାନୁଷ୍ଠାନ କଟକଣା ମଧ୍ୟରେ ଖୋଲିବ। କରୋନା ସ୍ଥିତି ତଥା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ଏନେଇ ଅନୁମତି ଦେବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲେ ହେଁ ଗର୍ଭଗୃହକୁ ଯାଇପାରିବେ ନାହିଁ। ମୁହଁରେ ମାସ୍କ ପିନ୍ଧି କେବଳ ଠାକୁରଙ୍କୁ ଦର୍ଶନ କରିବେ। ଏପରି କି ଭୋଗ ଓ ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବା ସହ ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌, ଗୁରୁଦ୍ୱାରାଗୁଡିକରେ ଏକା ସାଙ୍ଗରେ ୨୫ଜଣ ଶ୍ରଦ୍ଧାଳୁଙ୍କୁ ଭିତରକୁ ଯିବାକୁ ଅନୁମତି ରହିଛି। ସେହିଭଳି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସହିତ ଦ୍ୱିତୀୟ ଡୋଜ୍‌ ଟିକାକରଣ ସାର୍ଟିଫିକେଟ ଥିବା ସେବାୟତ, କର୍ମକର୍ତ୍ତାଙ୍କୁ ଧର୍ମାନୁଷ୍ଠାନରେ ଠାକୁରଙ୍କ ନୀତିକାର୍ଯ୍ୟ କରିବାକୁ ଅନୁମତି ମିଳିବ। ସମସ୍ତ ସେବାୟତ କଟକଣାକୁ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷମାନେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁଙ୍କ ହାତ ଧୋଇବା କିମ୍ବା ସାନିଟାଇଜ କରିବା ବ୍ୟବସ୍ଥା କରିବେ। ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା କିମ୍ବା ପାନ, ଗୁଟ୍‌ଖା ଖାଇବା ନିଷେଧ କରାଯାଇଛି। ସେହିପରି ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା, ବୟସ୍କ ଏବଂ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ଯିବାକୁ ବାରଣ କରାଯାଇଛି।

Show More

Related Articles

Back to top button