Breaking PLUSଦେଶ ବିଦେଶମୁଖ୍ୟ ଖବର
ଗାଜାର ଅଲ-ସିଫା ହସ୍ପିଟାଲର ଯାଂଚ କରିଥିବା ଡବ୍ଲୁଏଚଓ ଟିମର ରିପୋର୍ଟ, ପାଉଁଶ ପାଲଟିଛି ହସ୍ପିଟାଲ

ଜେନିଭା- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଶନ ଗାଜାର ସବୁଠୁ ବଡ ହସ୍ପିଟାଲ ଅଲ-ସିଫା ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ମିଶନରୁ ଜଣାପଡିଛି ଯେ ଏକଦା ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଥିବା ଏହି ହସ୍ପିଟାଲ ପାଉଁଶ ହୋଇଯାଇଛି ଏବଂ ସେଠାରେ ଅନେକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ ଦୁଇ ସପ୍ତାହ ସାମରିକ ଅପରେସନ୍ ପରେ ଇସ୍ରାଏଲ୍ ସୁରକ୍ଷା ବାହିନୀ ଗାଜା ସହରର ଅଲ-ଶିଫା ହସ୍ପିଟାଲରୁ ବାହାରିଥିଲେ। ଯାହା ପରେ, ଶୁକ୍ରବାର ବହୁ ଉଦ୍ୟମ ପରେ ଡବ୍ଲୁଏଚଓ ମିଶନ ହସ୍ପିଟାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା |