ଗବେଷକ ମାନଙ୍କ ମତରେ ଆମ୍ବରେ ଥିବା ପୋଷାକ ତତ୍ୱ ବିଭିନ୍ନ ପ୍ରକାରର ରୋଗରୁ ଦୁରେଇ ରଖିଥାଏ
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ଯାଇଛି l ଏହି ସମୟରେ ଅଧିକାଂଶ ଫଳଙ୍କ ସହିତ ଗୋଟିଏ ବିଶେଷ ଫଳକୁ ସାମିଲ କରାଯାଇଥାଏ l ଏହି ଫଳଟିକୁ ସମସ୍ତେ ପ୍ରାୟ ପସନ୍ଦ କରି ଥାନ୍ତି ,ଏହାର ନାମ ହେଉଛି ଆମ୍ବ
ଆମ୍ବ ଗୋଟିଏ ଏଭଳି ଫଳ ଯାହାକୁ ପ୍ରାୟ ସମସ୍ତ ଲୋକ ଖାଇବାକୁ ପସନ୍ଦ କରି ଥାନ୍ତି l ଅମ୍ବର ବାସ୍ନା ସହିତ ସ୍ୱାଦର ମିଶ୍ରଣ ଗୋଟିଏ ଅଦ୍ଭୁତ ଆନନ୍ଦ ଦେଇଥାଏ l ଏଥିରେ ଭିଟାମିନ-ଏ ,ଭିଟାମିନ-ସି ,କପର ଓ ଫୋଲଡ ଇତ୍ୟାଦି ରହିଥାଏ l ଏଗୁଡିକ ବ୍ୟତୀତ ଅମ୍ବରେ ଏକ ପ୍ରତିଶତ ଫ୍ୟାଟ ଅଛି ,ପ୍ରୋଟିନ ଓ ଫାଇବରର ଭରପୁର ମାତ୍ର ରହିଥିବା କାରଣରୁ ପାଚନ ତନ୍ତ୍ର ମଜବୁତ ହୋଇଥାଏ l ଏଥିରେ ଥିବା ଡାଇଟରି ଫାଇବର ହୃଦରୋଗୀ ଓ ଦୁତୀୟ ପ୍ରକାରର ମଧୁମେହ ରୋଗୀଙ୍କୁ ଲାଭ ଦେଇଥାଏ l ଅଧିକାଂଶ ଲୋକଙ୍କର ଧାରଣା ରହିଛି ଆମ୍ବ ଖାଇବା ଦ୍ୱାରା ଓଜନ ବଢିଥାଏ କିନ୍ତୁ ଯେଉଁ ମାନେ ନିଜ ଓଜନକୁ ନେଇ ସଚେତନ ସେମାନେ ଦିନକୁ ଗୋଟିଏ ମାତ୍ର ଆମ୍ବ ଖାଇ ପାରିବେ l
* ଆମ୍ବରେ ଫାଇବର ଓ ଭୀତମୀ-ସିର ମାତ୍ରା ରହିଥିବାରୁ ଏହା ହୃତ୍ପିଣ୍ଡ ପାଇଁ ଲାଭ ଦାୟକ ଅଟେ l ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ,ମିନେରାଲ ଓ ଏଞ୍ଜାଇମ ଅଛି ଯାହା ହୃତ୍ପିଣ୍ଡର ବିପଦକୁ ସୁସ୍ଥ ରଖିଥାଏ l ଫାଇବରର ଭରପୁର ମାତ୍ରା ରହିଥିବା କାରଣରୁ ପାଚନ ପ୍ରକ୍ରିୟା ସୁଦୃଢ ହୋଇଥାଏ l
* ଆମ୍ବରେ ଫେନଲିକ ନାମକ କମ୍ପାଉଣ୍ଡ ରହିଛି ,ଯାହା ଶରୀରର ବିଭିନ୍ନ କ୍ଷତକୁ ଠିକ କରିବାରେ ସାହାଯ୍ୟ କରିଥାଏ l ତା ସହିତ ଆଣ୍ଠୁଗଣ୍ଠି ଜନିତ ଫୁଲାକୁ ମଧ୍ୟ ଠିକ ରଖିଥାଏ l
* ଆମ୍ବରେ ଭିଟାମିନ-ସି ର ଭରପୁର ମାତ୍ରା ଯୋଗୁ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରେ l ଗ୍ରୀଷ୍ମ ଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ମଧ୍ୟ ଭିଟାମିନ-ସି ରକ୍ଷା କରିଥାଏ l
* ଆମ୍ବରେ କେରୋଟିନ ରହିଥିବା କାରଣରୁ ଆଖି ,ତ୍ୱଚା ଓ କେଶ ପାଇଁ ଲାଭଦୟକ ଅଟେ l ଏଥିରେ ଥିବା ଏଞ୍ଜାଇମ ତ୍ୱଚାରେ କୁଞ୍ଚନ ସମସ୍ୟାକୁ ଦୂର କରିଥାଏ l