Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ଉପରେ ସମୀକ୍ଷା ବୈଠକ

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଲୋକସେବା ଭବନରେ ଅନଲାଇନ୍ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲଗୁଡିକରେ ଅଗ୍ନି ନିରୋଧ ଓ ନିର୍ବାପନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଟାସ୍କ ଫୋର୍ସ ଗଠନ, ନିୟମିତ ଯାଞ୍ଚ, ମକ୍ ଡ୍ରିଲ୍ ଓ ଫାୟାର ସେଫ୍ଟି ଅଡିଟ୍ କରାଯିବାକୁ କୁହାଯାଇଛି।
ସମୀକ୍ଷା ବେଳେ ମନ୍ତ୍ରୀ ରୋଗୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଅଗ୍ନି ସୁରକ୍ଷା ଯାଞ୍ଚ ଓ ଉପକରଣ ସଜାଗ ରଖିବାକୁ କହିଛନ୍ତି। ଫାୟାର ସର୍ଭିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟରେ କାମ କରିବାକୁ ମଧ୍ୟ ଜୋର ଦିଆଯାଇଛି।
ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅନଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ।

Show More

Related Articles

Back to top button