Breaking PLUSମୁଖ୍ୟ ଖବରରାଜନୀତି

ବିରୋଧୀଙ୍କ ହଟ୍ଟଗୋଳ : ସୋମବାର ଯାଏଁ ବିଧାନସଭା ମୁଲତବୀ

ଓଡ଼ିଶାର ରାଜନୈତିକ ପରିସ୍ଥିତି ଏବେ ତୀବ୍ର ରୂପ ନେଇଛି। ଓଡ଼ିଶା ବିଧାନସଭା ଆଜି ମଧ୍ୟ ସଠିକ ଭାବେ ଚାଲିପାରିନଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

ପ୍ରଶ୍ନକାଳ ଆରମ୍ଭ ହେବା ସହିତ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଘଟିଥିବା ଅଗ୍ନିକାଣ୍ଡ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ଭୟଙ୍କର ହଟ୍ଟଗୋଳ କରିଥିଲେ। ଏହି ପରିସ୍ଥିତିରେ ବାଚସ୍ପତି ପ୍ରଥମେ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ, ପରେ ପୁଣି ଆଲୋଚନା ସମ୍ଭବ ନହେବାରୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଏହା ସହ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ନେତାମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଓ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ଉଲ୍ଲେଖନୀୟ ଯେ, ଗତ ୧୭ ତାରିଖରୁ ଏହି ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି, ଯାହାର ପରିଣାମରେ ବିଧାନସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି।

Show More

Related Articles

Back to top button