Breaking PLUSଅପରାଧଦେଶ ବିଦେଶମୁଖ୍ୟ ଖବର

ମଣିପୁରରେ ନାଗା ଗ୍ରାମରେ ଆକ୍ରମଣ, ୪ ମୃତ

ଇମ୍ଫାଲ: ମଣିପୁରରେ ହିଂସା ଜାରି ରହିଥିବା ବେଳେ ଭାରତ-ମ୍ୟାମାଁର ସୀମା ନିକଟସ୍ଥ କାମଜୋଙ୍ଗ ଜିଲ୍ଲାର ପିଲୋଙ୍ଗ ଗ୍ରାମରେ ଆକ୍ରମଣ ଘଟି ୪ ଜଣ ନାଗା ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ଣରେ ଏହି ଘଟଣା ଘଟିଥିବା ତାଙ୍ଗଖୁଲ ନାଗା ଲଙ୍ଗ କାର୍ଯ୍ୟକାରୀ କମିଟି ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଜାରି ବିବୃତିରେ ସଂଗଠନ ଅଭିଯୋଗ କରିଛି ଯେ, ମ୍ୟାମାଁର ଭିତ୍ତିକ ସଶସ୍ତ୍ର ଗୋଷ୍ଠୀ ପିପୁଲ୍ସ ଡିଫେନ୍ସ ଫୋର୍ସର ସମର୍ଥନ ଥିବା କୁକି ନ୍ୟାସନାଲ ଆର୍ମି-ବର୍ମା ଓ ଅନ୍ୟ କୁକି ସଦସ୍ୟମାନେ ନାମ୍ୟା ନଦୀ ପାର ହୋଇ ପିଲୋଙ୍ଗରେ ପ୍ରବେଶ କରିଥିଲେ। ସେମାନଙ୍କ ନିକଟରେ ଆଧୁନିକ ଅସ୍ତ୍ର ଥିବା ଏବଂ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରାଯାଇଥିବା ସଂଗଠନ ଦାବି କରିଛି।

ବିବୃତି ଅନୁସାରେ, ଗାଁ ନିକଟରେ ଦୁଇଜଣଙ୍କୁ ଗୁଳି କରାଯାଇଥିବା ବେଳେ ଆଉ ଦୁଇଜଣଙ୍କୁ ବଳପୂର୍ବକ ନିକଟସ୍ଥ ଫାଇଲେନ ଗ୍ରାମକୁ ନେଇ ହତ୍ୟା କରାଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତି ଆକ୍ରମଣକାରୀଙ୍କ କବଳରୁ ଖସି ପଳାଇଥିଲେ। ପରେ ତାଙ୍ଗଖୁଲ ନାଗା ନାଗରିକ ସମାଜର ଏକ ଦଳ ତାଙ୍କୁ ଉଦ୍ଧାର କରିଥିବା କୁହାଯାଇଛି।

ଘଟଣାକୁ ନାଗା ସଂଗଠନ ନିନ୍ଦା କରିବା ସହ ସୀମାପାର ହିଂସା ରୋକିବାକୁ ସରକାରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛି।

Show More

Related Articles

Back to top button