Breaking PLUSଦେଶମୁଖ୍ୟ ଖବର
ଆରଜି କର ମାମଲା, ସନ୍ଦୀପ ଘୋଷ ସହିତ 3 ଗିରଫ
କଲିକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା। ସୋମବାର କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରାଯିବା ପରେ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଆର୍ଥିକ ଅନିୟମିତତା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଅଫସର ଅଲି, ସୁମନ ହାଜରା ଏବଂ ବିପ୍ଳବ ସିହ୍ନା । ଅଲି ସନ୍ଦିପ ଘୋଷଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ହୋଇଥିବାବେଳେ ସିହ୍ନା ଏବଂ ହାଜରା ତାଙ୍କ ସହଯୋଗୀ ଥିଲେ। ଆର.ଜି କର ହସ୍ପିଟାଲର ଚିକିତ୍ସା ଉପକରଣ ହେରଫେର କରିବାରେ ଉଭୟ ସନ୍ଦିପଙ୍କୁ ସହାୟତା କରୁଥିଲେ।