Breaking PLUSଦେଶମୁଖ୍ୟ ଖବର

ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ସହିତ 4 ଡାକ୍ତରଙ୍କର ହେବ ପଲିଗ୍ରାଫ ଟେଷ୍ଟ

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କର ପଲିଗ୍ରାଫ ପରୀକ୍ଷା କରାଯିବ। ଏଥିପାଇଁ ସିଟି କୋର୍ଟ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ୫ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବା ଲାଗି ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କାରଣ ପୂର୍ବତନ ଅଧ୍ୟକ୍ଷ ଏବଂ ଅନ୍ୟ ୪ ଡାକ୍ତରଙ୍କୁ ଜେରା ବେଳେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁନାହିଁ।

Show More

Related Articles

Back to top button