Breaking PLUSଓଡ଼ିଶାମୁଖ୍ୟ ଖବର
10ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଆରଆଇ

ଭୁବନେଶ୍ୱର, 19 ଡିସେମ୍ବର – ଭିଜିଲାନ୍ସ ଜାଲରେ ଆରଆଇ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ତହସିଲ ଅନ୍ତର୍ଗତ ଲମତାପୁଟ ସର୍କଲର ରେଭିନ୍ୟୁ ଇନସପେକ୍ଟର ବିଜୟ କୁମାର ବାଗ ଓ ପିଅନ ରୋହିତ କୁମାର ପାଢୀ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଜମିଜମା ମାମଲାର ସମାଧାନ ପାଇଁ 10ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଉଭୟେ । ପିଅନ ରୋହିତଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କର 3ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି । ଏନେଇ ଉଭୟଙ୍କ ନାମରେ ମାମଲା ରୁଜୁ ହୋଇଛି ।