Breaking PLUSଦେଶମୁଖ୍ୟ ଖବର
ଆନ୍ଧ୍ରରେ ଭୟାବହ ସଡକ ଦୁର୍ଘଟଣା, 6ମୃତ, 20 ଆହତ

କୱାଲି, 10 ଫେବୃଆରୀ- ନେଲ୍ଲୋର ଜିଲ୍ଲାର କୱାଲି ମୁସୁନୁର ଟୋଲ ପ୍ଲାଜା ନିକଟରେ ବିଳମ୍ବିତ ରାତିରେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ପ୍ରାୟ ରାତି 2ଟା ବେଳେ ଗୋଟିଏ ଲରି ଓ ବସ ମଧ୍ୟରେ ଧକ୍କା ଯୋଗୁ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ଜଣ ଆହତ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା ।ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ବସ୍ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ବସଟି ଚେନ୍ନାଇରୁ ହାଇଦ୍ରାବାଦ ଯାଉଥିଲା । ଆହତଙ୍କୁ ନେଲ୍ଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।