ନାଗପୁର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା ଏହି ମ୍ୟାଚରେ କଙ୍ଗାରୁ ଦଳ ବିପକ୍ଷରେ ଦ୍ୱିତୀୟ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ଛକା ମାରି ସର୍ବାଧିକ ଛକା ମାରିବାରେ ବ୍ୟାଟ୍ସମ୍ୟାନ୍ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ରୋହିତ ଶର୍ମା ଜୋସ୍ ହାଜଲେଉଡଙ୍କ ବଲରୁ ଏହି ଛକା ମାରି ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ କରି ନଡଆ ରେକର୍ଡ କରିଛନ୍ତି ।
ମାର୍ଟିନ ଗୁପଟିଲ ଏପର୍ଯ୍ୟନ୍ତ ୧୨୧ ମ୍ୟାଚରେ ୧୭୨ ଛକା ମାରିଥିବା ବେଳେ ରୋହିତ ଶର୍ମା ଏପର୍ଯ୍ୟନ୍ତ ୧୩୮ ମ୍ୟାଚରେ ୧୭୬ ଛକା ମାରିଛନ୍ତି। ଭାରତ ବିପକ୍ଷ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୮ ଓଭରରେ ୫ ୱିକେଟ୍ ପାଇଁ ୯୦ ରନ୍ କରିଥିଲା। ଏହାର ଜବାବରେ ଭାରତ ୭.୨ ଓଭରରେ ୯୨ କରି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ରୋହିତ ଶର୍ମା ଏକ ୨୦ ଟି ବଲରେ ୪୬ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୪ ଛକା ଏବଂ ୪ ଛକା ରହିଥିଲା। ଏବଂ ରୋହିତଙ୍କ ଷ୍ଟ୍ରାଇକ୍ ରେଟ୍ ୨୩୦.୦୦ ଥିଲା।
ସେହିପରି ଏହି ମ୍ୟାଚ୍ରେ ଦୀନେଶ କାର୍ତ୍ତିକ ଦୁଇଟି ବଲରେ ଚାରି ଓ ଗୋଟିଏ ଛକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ ଏବଂ ୧୧ ରନ୍ କରି ଆଉଟ୍ ହୋଇଥିଲେ।