ଶାନ୍ତିବାର୍ତ୍ତା ଉପରେ ବାପୁଜୀଙ୍କ ପଥ ଅନୁସରଣ କରୁଛନ୍ତି ମୋଦି-ରୁଚିରା କାମ୍ବୋଜ

ନ୍ୟୁୟର୍କ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଶାନ୍ତି ବାର୍ତ୍ତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ଉଠାଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମା ଗାନ୍ଧୀଙ୍କ ପରି ମହାନ ନେତାଙ୍କ ଶିକ୍ଷାକୁ ଗ୍ରହଣ କରିଛନ୍ତି। ସେ ଶାନ୍ତି ବାର୍ତ୍ତା ଉପରେ ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛନ୍ତି । ସେ କହିଛନ୍ତି ଯେ ଶାନ୍ତି ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଦାର୍ଶନିକ ଐତିହ୍ୟର ମୂଳଦୁଆ । ଅହିଂସା, ସଦଭାବ ଏବଂ ସହଅସ୍ତିତ୍ୱ ପାଇଁ ଭାରତ ସର୍ବଦା ଆଦର୍ଶର ପାଳନ କରିଛି।
ମିଳିତ ଜାତିସଂଘର ଶାନ୍ତି ଉପରେ ହେଉଥିବା ଆଲୋଚନାରେ ସେ ଏହା କହିଛନ୍ତି । ଗଣମାଧ୍ୟମର ସୂଚନା ମୁତାବକ ରୁଚିରା କାମ୍ବୋଜାଙ୍କ ଏହି ଟିପ୍ପଣୀକୁ ବେଶ୍ ଗୁରୁତ୍ୱ ଦିଆଯାଇଛି । ରିପୋର୍ଟ ମୁତାବକ ରୁଚିରା କହିଛନ୍ତି ଯେ, ମହାତ୍ମା ଗାନ୍ଧି ଅହିଂସାତ୍ମକ ପ୍ରତିରୋଧର ଚାମ୍ପିୟାନ ଅଟନ୍ତି । ଏବଂ ତାଙ୍କର ପ୍ରଭାବର ସର୍ବଦା ରହିବ । ସେ ଆହୁରି କହିଛନ୍ତି ଯେ, ମହାତ୍ମା ଗାନ୍ଦିଙ୍କ ପରି ମହାନ ନେତାମାନେ ଭାରତକୁ ପ୍ରଭାବିତ କରିଛନ୍ତି ।
ଏହାପୂର୍ବରୁ ଜୁଲାଇରେ ମିଳିତ ଜାତିସଂଘର ସାଧାରଣ ସଭାରେ ରୁଚିରା କାମ୍ବୋଜ କହିଥିଲେ ଯେ ଗ୍ଲୋବାଲ ସାଉଥରେ ଭାରତର 40 ବିଲିୟନ ଆମେରିକୀୟ ଡଲାରର ବିକାଶମୂଳକ ପ୍ରକଳ୍ପ ଲୋକମାନଙ୍କ ପ୍ରତି ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି।