ଓଡ଼ିଶାରାଜନୀତି

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ବିଧାୟକ ଭାବେ ଶପଥ ଗ୍ରହଣ କଲେ ରୁଦ୍ର ମହାରଥୀ । ପିପିଲି-ଡେଲାଙ୍ଗର ବିଧାୟକ ଭାବରେ ଶପଥ ନେଲେ ସେ । ନବନିର୍ବାଚିତ ରୁଦ୍ର ମହାରଥୀଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତ ୩ ତାରିଖରେ ପିପିଲିରେ ଭୋଟ ଗଣତି ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରୁଦ୍ର । ବାପା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହୋଇଥିଲା । ଯେଉଁଥିରେ ବାଜିମାତ କରିଥିଲେ ରୁଦ୍ର ମହାରଥୀ ।

ବିଧାୟକ ଭାବେ ଶପଥ ନେବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ପରେ ଅନେକ ଅଧୁରା କାମ ବଳକା ରହି ଯାଇଛି ତାହାକୁ ଆଗ ପୂରଣ କରିବି । ସବୁ ପଞ୍ଚାୟତକୁ ଯିବି ସମସ୍ୟା ବୁଝିବା ସହ, ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବି । କିଛି ପ୍ରଲୋଭନ କି ପ୍ରତିଶ୍ରୁତି ଦେଇ ଆସିନଥିଲି, ମାଟି ପାଇଁ କାମ କରିବାକୁ କହିକି ଆସିଥିଲି ଆଉ ମାଟି ପାଇଁ କାମ ନିଶ୍ଚୟ କରିବି । ପିପିଲିବାସୀ ଏତେ ଭଲପାଇବା ଦେଇ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସେମାନଙ୍କ ଭଲପାଇବା ଓ ଭରସାକୁ କେବେ ଭାଙ୍ଗିବି ନାହିଁ । ସମସ୍ତ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର ।

Show More

Related Articles

Back to top button