Breaking PLUSଓଡ଼ିଶାମୁଖ୍ୟ ଖବର
ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି

ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ରବିବାର ରୁଷ ପକ୍ଷରୁ ୟୁକ୍ରେନର ସୁମି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାରା ବିଶ୍ଵର ରୁଷର ଏଭଳି କାର୍ଯ୍ୟର ଜବାବ ଦେବାକୁ ଜେଲେନ୍ସ୍କି ଅନୁରୋଧ କରିଛନ୍ତି।