Breaking PLUSଦେଶଦେଶ ବିଦେଶ
ୟୁକ୍ରେନ ସହ ଆଲୋଚନା ପାଇଁ ଋଷ ରଖିଲା ୩ ସର୍ତ୍ତ
ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷରୁ ହେଉଥିବା ବୋମାମାଡ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଭ୍ଲେଦିମର ପୁତିନ

ଋଷ ଏବଂ ୟୁକ୍ରେନର ଘମାଘୋଟ ଯୁଦ୍ଧକୁ ୯ ଦିନ ପୁରିଲାଣି । କିନ୍ତୁ ଏବେ ସୁଦ୍ଧା କିଛି ସଫଳତା ନମିଳିବା ପରେ ଭ୍ଲେଦିମର ପୁତିନ ଶୁକ୍ରବାର ଦିନ ଏକ ବୟାନ ଜାରି କରିଥିଲେ । ସେ ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷରୁ ହେଉଥିବା ବୋମାମାଡ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି କି ଯଦି ୟୁକ୍ରେନ ଏହି ୩ ଟି ସର୍ତ୍ତ ମାନିବ ତେବେ ଆଲୋଚନା ଚକ୍ରକୁ ଋଷ ଆସିବ । ସେପଟେ ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ କ୍ରେମଲିନ କହିଛନ୍ତି କି ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷରୁ ବୋମାମାଡ ହେଉଥିବା ନେଇ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ପୁତିନଙ୍କର ଏଭଳି ବୟାନ ତାଙ୍କର ଜର୍ମାନ ଚାନସଲର ଆଲାଫ ସୋଲ୍ଜେ ସହ ଆଲୋଚନା ବେଳେ ଆସିଛି । ଏହି ବୟାନରେ ପୁତିନ ସ୍ପଷ୍ଟ କରିଛନ୍ତି କି ୟୁକ୍ରେନ ସହ ଆଲୋଚନା ସେତେବେଳେ କରାଯିବ , ଯେତେବେଳେ ୟୁକ୍ରେନ ଋଷର ସମସ୍ତ ସର୍ତ୍ତକୁ ଗ୍ରହଣ କରିବାକୁ ରାଜିହେବ ।