Breaking PLUSସ୍ୱତନ୍ତ୍ର

୧୩ ଦିନରେ ଋଷ ସହିଲାଣି ୩0 ବର୍ଷର କ୍ଷତି

ଦିନକୁ ଦିନ ଦୁର୍ବଳ ହେଉଛି ଋଷର ଅର୍ଥନୀତି

ଋଷ ଏବଂ ୟୁକ୍ରେନର ଘମାଘୋଟ ଯୁଦ୍ଧକୁ ୧୩ ଦିନ ପୁରିଲାଣି , କିନ୍ତୁ ଥମିବାର ନାଁ ଧରୁନି ।  ଟିଭିରେ ବ୍ରେକିଙ୍ଗ୍ ନ୍ୟୁଜ୍ ହେଉ କି ସୋସିଆଲ ମିଡ଼ିଆ ସବୁଠି ଏବେ ଆଲୋଚନାର ବିଷୟ ସାଜିଛି ଯୁଦ୍ଧର ତାଣ୍ଡବ । ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି । ୟୁକ୍ରେନ ସେନା ଋଷ ସେନା ଆଗରେ ମୁଣ୍ଡ  ନୁଆଁଉ ନାହିଁ ।

ସେପଟେ କିନ୍ତୁ ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତି ସହୁଛି । ଏହି ଯୁଦ୍ଧରେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରୁଛି ଏବଂ ଦୁନିଆର ବଜାରରେ ପ୍ରଭାବ ମଧ୍ୟ ପଡୁଛି । ଆମେରିକା ପ୍ରଥମରୁ କହିରଖିଥିଲା ଯେ ଯଦି ଯୁଦ୍ଧ ହେଲା ତାହେଲେ କେବଳ ଋଷ ଉପରେ ନୁହେଁ ଋଷକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଇବ। ସେହିପରି ୟୁରୋପିୟ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନର ସାଥ ଦେବ । ୟୁରୋପି କହିଥିଲା ଯେ ଯୁଦ୍ଧରେ ଅଂଶ ଗ୍ରହଣ ନକଲେ ମଧ୍ୟ ୟୁକ୍ରେନକୁ ସମସ୍ତ ପ୍ରକାର ସାହାଯ୍ୟ କରିବ। ଇଂଲଣ୍ଡ ଓ ଫ୍ରାନସ ଭଳି ଦେଶ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ପଠାଇ ସାହାଯ୍ୟ କରୁଛନ୍ତି । ଏପରି ଭାବେ ଋଷକୁ ସମର୍ଥନ କରୁଥିବା ଦେଶ ଓ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ଦୁଇ ଭାଗ ହୋଇଯାଇପାରନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରିପାରେ।ଗୋଟିଏ ପଟେ ଯୁଦ୍ଧକୁ ବିରୋଧ କରି ବିଭିନ୍ନ ରାଷ୍ଟ୍ରମାନଙ୍କରେ ଋଷ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି । ବିଶେଷ କରି ଆମେରିକା ଋଷ ଉପରେ ସର୍ବାଧିକ ପ୍ରତିବନ୍ଧକ ଲଗାଇଛି । ଆର୍ଥିକ ପ୍ରତିବନ୍ଧକ ଓ କାରବାର ଉପରେ ରୋକ ଲଗାଇବା ଫଳରେ ଋଷର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେପଟେ ବିଭିନ୍ନ ରାଷ୍ଟ୍ରର ପ୍ରତିବନ୍ଧକ ଫଳରେ ଋଷ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି ।

ତେବେ ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ଅଲଗା କିଛି କହିଛନ୍ତି । ଜେଲେନସ୍କିଙ୍କ ମତରେ ,ଏହି ଯୁଦ୍ଧରେ ୟୁକ୍ରେନ ଠାରୁ ଋଷ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜେଲେନସ୍କି କହିଛନ୍ତି କି ୟୁକ୍ରେନ ଉପରେ ଋଷର ୧୩ ଦିନ ଆକ୍ରମଣ କାଳରେ ଋଷ ୩୦ ବର୍ଷର ଗଚ୍ଛିତ ଯୁଦ୍ଧାସ୍ତ୍ର ହରାଇଛି । ଏହାସହ ପ୍ରବଳ ଥଣ୍ଡା ଓ ବରଫପାତ କାରଣରୁ ୟୁକ୍ରେନ ଭିତରେ ଋଷସେନା ଲଢିବା ପରିବର୍ତ୍ତେ ନିଜ ଜୀବନ ବଞ୍ଜାଇବାକୁ ସଂଘର୍ଷ କରୁଥିବା କଥା ଜେଲେନସ୍କି ଦାବି କରିଛନ୍ତି । ଏହାସହ ଏହି ଯୁଦ୍ଧରେ ୧୨ ହଜାର ଋଷସେନା ମୃତ୍ୟୁବରଣ କରିଥିବା ଜେଲେନସ୍କି ଦାବି କରିଛନ୍ତି ।

Show More

Related Articles

Back to top button