ଦେଶ ବିଦେଶସ୍ୱତନ୍ତ୍ର

ଘନଉଛି ବିପଦ,ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲାଣି ଋଷ

ଋଷ-ୟୁକ୍ରେନ୍ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଦିନକୁ ଦିନ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ଧୀରେ ଧୀରେ ବିପଦ ଘନେଇବାକୁ ଆରମ୍ଭ କଲାଣି । ୟୁକ୍ରେନ୍ ନାଟୋରେ ମିଶିଲେ ତୃତୀୟ ବିଶ୍ୱ ଯୁଦ୍ଧ ନିଶ୍ଚିତ ବୋଲି ଚେତାଇଲାଣି ଋଷ ।

ଯଦି ୟୁକ୍ରେନ୍ ଆମେରିକା ନେତୃତ୍ୱାଧିନ ‘ନାଟୋ’ ଆର୍ମି ସଂଗଠନରେ ଯୋଗ ଦିଏ ତେବେ ତୃତୀୟ ବିଶ୍ୱ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଋଷ କହିଛି। ଏନେଇ ଋଷୀୟ ଖବର ସରବରାହ ସଂସ୍ଥା ଟାସ୍(TASS)ରେ ଖବର ପ୍ରକାଶ କରିଛି । ଗୁରୁବାର ଋଷୀୟ ସୁରକ୍ଷା ପରିଷଦର ଡେପୁଟି ସେକ୍ରେଟେରୀ ଆଲେକ୍ସାଣ୍ଡର ଭେନେଡିକ୍ଟୋଭା କହିଛନ୍ତି ‘ କିଏଭ୍ ଏକଥା ଜାଣିଛି ଯେ ଏଭଳି ପଦକ୍ଷେପ ନିଶ୍ଚିତପକ୍ଷେ ତୃତୀୟ ବିଶ୍ୱ ଯୁଦ୍ଧକୁ ଡାକିଆଣିବ।’

ଅନ୍ୟପଟେ, ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଜାରି ରଖିଛି। ନିକଟରେ ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିଛି। ଏହାପରେ ୟୁକ୍ରେନ୍ ନାଟୋରେ ମିଶିବା ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି। ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ନାଟୋ ସଦସ୍ୟ ହେବା ପାଇଁ ୟୁକ୍ରେନ୍ ଆବେଦନ କରିଛି। ନାଟୋରେ ସଦସ୍ୟ ହେବା ପାଇଁ ଏହାର ସମସ୍ତ ୩୦ଟି ସଦସ୍ୟ ରାଷ୍ଟ୍ର ସହମତି ଦେବା ଉଚିତ୍। ହେଲେ ଏଭଳି ସ୍ଥିତିରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ହେବା ଏକପ୍ରକାରର ଅସମ୍ଭବ ଲାଗୁଛି।

 

Show More

Related Articles

Back to top button