କିଭ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୁରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନର ଖାର୍କିଭ ଏବଂ ଡୋନେସ୍କ ସହରରେ ପୁଣି ମିଶାଇଲ ମାଡ କରିଛି ଋଷ । ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।
ଅନ୍ୟପକ୍ଷେ ମିଳିଥିବା ସୂଚନା ଅନୁଯାୟୀ , ୟୁକ୍ରେନ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ରୁଷିଆର ୪ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା କୁହାଯାଇଛି।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି ଅନୁଯାୟୀ, ମିଶାଇଲ୍ ମାଡରେ ୟୁକ୍ରେନରେ ଆମେରିକା ଦ୍ୱାରା ନର୍ମିତ ଦୁଇଟି ଉନ୍ନତ ରକେଟ ସିଷ୍ଟମ ଏବଂ ଡୋନେସ୍କରେ ଥିବା ଗୁଳିଗୋଳା ଡିପୋକୁ ନଷ୍ଟ କରିଦେଇଛି। କିନ୍ତୁ ୟୁକ୍ରେନ ଏହାକୁ ଖଣ୍ଡନ କରିଛି।