Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି

ନୂଆଦିଲ୍ଲୀ-ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷିଆ ରାଷ୍ଟ୍ରପତି ପୁଟିନ୍ । ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ପୁଟିନ୍ । ପୁଟିନ୍ଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାଲି ଭାରତ-ରୁଷିଆ ଶିଖର ବୈଠକରେ ଯୋଗଦେବେ ଉଭୟ ନେତା । ଆମେରିକା ସହ ଟାରିଫ୍ ବିବାଦ ମଧ୍ୟରେ ପୁଟିନ୍ଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ । ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ସମ୍ଭାବନା ରହିଛି ।


