Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧକୁ ନେଇ ଚୀନଠୁ ସହାର୍ଯ୍ୟ ଲୋଡୁଛି ରୁଷ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି ।

ଆଜିକୁ ଯୁଦ୍ଧ 19 ଦିନରେ ପହଞ୍ଚିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି । ଋଷ ଆକ୍ରମଣ ଫଳରେ ହଜାର ହଜାର ଲୋକ ସେମାନଙ୍କ ଜୀବନ ହରାଇଲେଣି । ଲକ୍ଷ ଲକ୍ଷ ଲୋକ ମଧ୍ୟ ନିଜ ଜୀବନ ରକ୍ଷା କରିବାକୁ ୟୁକ୍ରେନକୁ ଛାଡି ପଳେଇଗଲେଣି । ହେଲେ ଥମିବାର ନାଁ ନେଉନି ଯୁଦ୍ଧ । ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷକୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଛି । କେବଳ ଋଷର ସୈନିକମାନେ ଯୁଦ୍ଧରେ ପ୍ରାଣ ହରାଇ ନାହାଁନ୍ତି, ବରଂ ଦେଶକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡୁଛି । ଏହି ସମୟରେ ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ଭାରତ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଋଷ ହେଉଛି ଭାରତର ପଡୋଶୀ ଦେଶ । କିନ୍ତୁ ଚୀନର ସହାୟତା ମାଗିଛି ରୁଷ । ଋଷିଆ ସରକାର ଚୀନ ସରକାରଙ୍କୁ ଯୁଦ୍ଧ ଉପକରଣ ଓ ଅର୍ଥନୈତିକ ସହାୟତା ମାଗିଥିବା ଆମେରିକାର ସୁରକ୍ଷା ପରାମର୍ଶଦାତା କହିଛନ୍ତି । ଯୁଦ୍ଧର ଏତେ ଦିନ ବିତିଗଲାଣି କିନ୍ତୁ ଋଷ ସେନା ସଂପୂର୍ଣ୍ଣ ଭାବରେ ୟୁକ୍ରେନ ସହରକୁ କବଜା କରିପାରି ନାହିଁ। ଆମେରିକୀୟ ଅଧିକାରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ୟୁକ୍ରେନ ବିରୋଧୀ ଯୁଦ୍ଧରେ ଋଷିଆକୁ ଚୀନ ସହାୟତା କଲେ ସଂକଟକୁ ଚାଲିଯିବ ଭାରତର କୁଟନୈତିକ ସ୍ଥିତି ବୋଲି ଆଲୋଚନା ହେଉଛି । ଋଷର ଏହି ପଦକ୍ଷେପକୁ ନେଇ ଆମେରିକା ଏବଂ ଚୀନ୍ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଜେକେ ସଲିଭାନ ଖୋଲାଖୋଲି ଭାବରେ ଚୀନ୍‌କୁ ଚେତାବନୀ ଦେଇଛନ୍ତି ଯେ, । ଚୀନ ଋଷକୁ ବିଶ୍ୱସ୍ତରୀୟ ପ୍ରତିବନ୍ଧକରୁ ସୁରକ୍ଷା ଦେବାକୁ ଚେଷ୍ଟା ନକରୁ ବୋଲି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧିକାରୀମାନେ ବି କହିଛନ୍ତି ଯେ, ଏହି ବିଶ୍ୱ ସ୍ତରୀୟ ପ୍ରତିବନ୍ଧକ ଋଷର ଅର୍ଥନୀତିକୁ ପ୍ରଭାବିତ କରିଛି। ତେବେ ଆମେ ଚୀନକୁ ଋଷର ସହାୟତା କରିବାକୁ ଦେବୁ ନାହିଁ । ଯୁଦ୍ଧ ମଧ୍ୟରେ ଅନେକ ଥର ଚୀନକୁ ସାହାର୍ଯ୍ୟ ଲୋଡିଛି ରୁଷ କିନ୍ତୁ ଅନ୍ୟପକ୍ଷରେ ହ୍ୱାଇଟ ହାଉସର ମୁଖପାତ୍ର ଏନେଇ କିଛି ବି ମନ୍ତବ୍ୟ ରଖିବାକୁ ମନା କରିଦେଇଛନ୍ତି ।

Show More

Related Articles

Back to top button