ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନର ଓଡେଶାରେ ଋଷର ଘନଘନ ମିସାଇଲ୍ ମାଡ,୨୨ ମୃତ

ନୂଆଦିଲ୍ଲୀ : ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧ । ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଗତ ଶୁକ୍ରବାର ଦିନ ୟୁକ୍ରେନର ବନ୍ଦରନଗରୀ ଓଡେଶାର ଏକ ଆବାସିକ ଅଟ୍ଟାଳିକା ଓ ନିକଟରେ ଥିବା ଏକ ରିସୋର୍ଟ ଉପରେ ରୁଷ ସୈନ୍ୟମାନେ ଘନଘନ ମିସାଇଲ ମାଡ଼ କରିଛନ୍ତି । ଏଥିରେ ୨୦ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ମଧ୍ୟରେ ଦୁଇ ଶିଶୁଥିବା ଜଣାପଡିଛି । ତେବେ ଏହି ଆକ୍ରମଣ ଓଡେଶା ଠାରୁ ଦକ୍ଷିଣ ପଶ୍ଚିମରେ ପ୍ରାୟ ୫୦ କି.ମି ଦୂର ସେରହିଭ୍‌କା ସହରରେ ହୋଇଛି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ କିରିଲ ତିମୋସେଙ୍କୋଙ୍କ ସୂଚନା ଅନୁଯାୟୀ , କୃଷ୍ଣ ସାଗରରୁ ରୁଷର ଯୁଦ୍ଧବିମାନରୁ ଲଗାତାର ଭାବେ ୩ଟି ମିସାଇଲ ଆକ୍ରମଣ କରାଯାଇଥିଲା । ସେଥରୁ ଦୁଇଟି ମିସାଇଲ ଏକ ବହୁତଳ ଅଟ୍ଟାଳିକା ଉପରେ ପଡିଥିଲା ବେଳେ ନିକଟରେ ଥିବା ଏକ ରସୋର୍ଟ ଉପରେ ଅନ୍ୟ ଏକ ମିସାଇଲ ପଡିଛି । ଫଳରେ ଉକ୍ତ ଅଟ୍ଟାଳିକାର ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୨ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୬ ଜଣ ପିଲାଙ୍କ ସମେତ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ମିସାଇଲ ମାଡ଼ ବେଳେ ସେହି ଅଟ୍ଟାଳିକାରେ ପ୍ରାୟ ୧୫୦ ଜଣ ନାଗରିକ ରହୁଥିଲେ । ଅନ୍ୟମାନେ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ।ସେହିଭଳି ନିକଟରେ ଥିବା ରିସୋର୍ଟରେ ମଧ୍ୟ ରୁଷୀ ସେନା ମିସାଇଲ ଆକ୍ରମଣ କରିଛନ୍ତି । ଏହା ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ସୋମବାର କେନ୍ଦ୍ରୀୟ ୟୁକ୍ରେନର କ୍ରେମେନଚୁକ ସହରରେ ଥିବା ଏକ ସପିଂ ମଲ ଉପରେ ରୁଷ ସୈନ୍ୟମାନେ ମିସାଇଲ ମାଡ଼ କରିଥିଲେ । ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୬୨ ଜଣ ଆହତ ହୋଇଥିଲେ । ରୁଷ ବର୍ତ୍ତମାନ ଜନବସତିକୁ ଟାର୍ଗେଟ କରି ମିସାଇଲ ଆକ୍ରମଣ କରୁଥିବା ତିମୋସେଙ୍କୋ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ରୁଷ ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ ଆକ୍ରମଣ କରୁଛି ।

ଅନ୍ୟପଟେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି  ୟୁକ୍ରେନ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଏଭଳି ଆକ୍ରମଣ ଜାରି ରହିବ । ରୁଷୀ ସେନା ପକ୍ଷରୁ ଗତକାଲି ରାତିରେ ୟୁକ୍ରେନର ଚର୍ନିହିବ, ଖାରକିଭ ଓ ମିକୋଲେଭ ଆଦି ସହର ଉପରେ ପ୍ରବଳ ଗୋଳାମାଡ଼ କରାଯାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି ।

 

Show More

Related Articles

Back to top button