Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ନିର୍ବାଚିତା ଦ୍ରୌପଦୀ ମୁର୍ମୁଙ୍କୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଶୁକ୍ରବାର ଦିନ ଅଭିନନ୍ଦନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିର କିଛି ଅଂଶରେ ପୁଟିନ୍ କହିଛନ୍ତି, ଭାରତ ସହିତ ଆମର ସମୃଦ୍ଧ ବାଣିଜ୍ୟିକ ସମ୍ପର୍କ ପ୍ରତି ଆମେ ଅଧିକ ଗୁରୁତ୍ୱ ଦେଉ। ରାଷ୍ଟ୍ରର ମୁଖ୍ୟ ହିସାବରେ ଆପଣଙ୍କର  ରୁଷ୍ ଓ ଭାରତର ବିକାଶ ସଂକ୍ରାନ୍ତ ମତବିନିମୟ, ଆମ ମିତ୍ର ରାଷ୍ଟ୍ରସମୂହଙ୍କ ହିତ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସୁଦୃଢ଼ ଆନ୍ତର୍ଜାତିକ ସ୍ଥିରତା ଏବଂ ନିରାପତ୍ତା କାର‌୍ୟ୍ୟକ୍ରମକୁ ଆଗେଇ ନେବ ବୋଲି ଆଶା କରୁଛି। ସେହିପରି ଶୁକ୍ରବାର ସନ୍ଧ୍ୟାରେ ଶ୍ରୀଲଙ୍କାର ସମସ୍ତ ରାଜନୈତିକ ଦଳର ନେତାମାନେ ମଧ୍ୟ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ନିର୍ବାଚିତା ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Show More

Related Articles

Back to top button