ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଅସୁସ୍ଥ ଅଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ

ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ସମୟରେ ଗୁଜବ ସାମ୍ନାକୁ ଆସିଥାଏ । ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବି ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏଥର ଖବର ଗୁଜବ ନୁହେଁ ବରଂ ସତ । ରୁଷ ରାଷ୍ଟ୍ରପତିଙ୍କ ସ୍ୱାସ୍ଥାବସ୍ଥା ହଠାତ୍‌ ବିଗିଡିବାରୁ ତୁରନ୍ତ ମେଡିକାଲ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲେ । ପୁଟିନ୍‌ ହଠାତ୍‌ ଅସୁସ୍ଥ ଅନୁଭବ କରିବା ସହିତ ତାଙ୍କର ବାନ୍ତି ମଧ୍ୟ ହୋଇଥିଲା । ୩ ଘଣ୍ଟା ଧରି ସେ ଏଭଳି ସମସ୍ୟା ଦେଇ ଗତି କରିଥିଲେ । ପରେ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ । ଗତ ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କର ବାନ୍ତି ମଧ୍ୟ ହୋଇଥିଲା । ତୁରନ୍ତ ତାଙ୍କ ବାସଭବନରେ ରହୁଥିବା ମେଡିକାଲ ଟିମ୍‌ ଚିକିତ୍ସା ଆରମ୍ଭ କରିଦେଇଥିଲେ । ଏହାର ୨୦ ମିନିଟ୍‌ ପରେ ଆଉ ଏକ ଡାକ୍ତରୀ ଦଳ ପୁଟିନଙ୍କ ବାସଭବନରେ ପହଞ୍ଚିଥିଲେ । ୩ ଘଣ୍ଟା ଧରି ଚିକିତ୍ସା ଜାରି ରହିଥିଲା ଏବଂ ଏହା ପରେ ପୁଟିନ ସୁସ୍ଥ ଅନୁଭବ କରିଥିବା ସୂଚନାମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୟୁକ୍ରେନ ବିପକ୍ଷରେ ଋଷିଆ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଅନେକ କଳ୍ପନାଜଳ୍ପନା ଲାଗିରହିଛି । ଏପରିକି ପୁଟିନ ଗମ୍ଭୀର ରୋଗରେ ପୀଡିତ ଥିବା କଥା ମଧ୍ୟ ଚର୍ଚ୍ଚା ହେଉଥିଲା ।

 

Show More

Related Articles

Back to top button