ଦେଶ ବିଦେଶସ୍ୱତନ୍ତ୍ର

ରୁଷିଆର ୧୭ଟି ଶିବିର ଉପରେ ଆକ୍ରମଣ କଲା ୟୁକ୍ରେନ ସୈନ୍ୟ

ଋଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ତେବେ ଏହାରି ମଧ୍ୟରେ ୟୁକ୍ରେନର ପୂର୍ବ ଅଞ୍ଚଳରେ ଥିବା ରୁଷିଆର ୧୭ଟି ଶିବିର ଉପରେ ୟୁକ୍ରେନ୍‌ ସେନାଙ୍କ ଦ୍ୱାରା  ଆକ୍ରମଣ କରାଯାଇଛି ।

ୟୁକ୍ରେନ ଜେନେରାଲଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଏହି ଆକ୍ରମଣରେ ରୁଷିଆର ବହୁ ସାମରିକ ଉପକରଣ ଧ୍ୱଂସ ସେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଆକ୍ରମଣ ନେଇ ଏବେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ୟୁକ୍ରେନ ସେନା ରୁଷିଆର ସାମରିକ ଉପକରଣ, ପାଞ୍ଚଟି କମାଣ୍ଡ ପୋଷ୍ଟ, ଲୁହାନସ୍କ ଏବଂ ଡୋନେଟସ୍କ ଅଞ୍ଚଳରେ ଥିବା ରୁଷିଆର ଗୁଳିଗୋଳା ଡିପୋ ଉପରେ ଆକ୍ରମଣ କରିଛି। ଇନଷ୍ଟିଚ୍ୟୁଟ ଫର୍‌ ଷ୍ଟଡି ଅଫ ୱାର୍‌ କହିଛି ଯେ ୟୁକ୍ରେନରେ ରୁଷିଆର ବିଫଳତା ସୈନିକ ଏବଂ ସେମାନଙ୍କ ପରିବାର ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

Show More

Related Articles

Back to top button