ଦେଶ ବିଦେଶସ୍ୱତନ୍ତ୍ର

ଖାରକିବକୁ ୟୁକ୍ରେନ ପୁଣି କବଜା କରିବା ପରେ ଋଷର ହମଲା ଆରମ୍ଭ

ଋଷ-ୟୁକ୍ରେନ ଯୁଦ୍ଧକୁ ୬ମାସରୁ ଉର୍ଦ୍ଧ୍ୱ ପୂରିଥିଲେ ମଧ୍ୟ ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଖାରକିବକୁ ୟୁକ୍ରେନ ପୁଣି କବଜା କରିବା ପରେ ଋଷ ରକ୍ତମୁଖା ହୋଇ ହମଲା ଆରମ୍ଭ କରଦେଇଛି । ପୂର୍ବାଞ୍ଚଳର ସବୁଠୁ ବଡ଼ ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଋଷ ମିସାଇଲ ଆଟାକ କରିବା ପରେ କଆଉଟ ହୋଇଛି ୟୁକ୍ରେନ ପୂର୍ବାଞ୍ଚଳ । ଗତ ୨ଦିନ ହେବ ୟୁକ୍ରେନ ଦ୍ବିତୀୟ ସର୍ବବୃହତ ସହର ଖାରକିବରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି , ୟୁକ୍ରେନରେ ଋଷ ସୈନିକଙ୍କୁ ୟୁକ୍ରେନ କଡ଼ା ଜବାବ ଦେଉଥିବାରୁ ସାଧାରଣ ଲୋକ ଓ ଇନଫାଷ୍ଟ୍ରକଚରକୁ ନଷ୍ଟ କରିଦେବାକୁ ଋଷ ହମଲା ଜାରି ରଖିଛି । ଋଷ ସେନାକୁ ଆତଙ୍କବାଦୀ କହି ନିଜ ଟ୍ବିଟର ହ୍ୟାଣ୍ଡେଲରେ ବର୍ଷିଛନ୍ତି । ଋଷ ଖାରକିବ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ।

ଖାରକିବ ରାଜ୍ୟପାଳ ଦେଇଥିବା ସୂଚନା ଅନୁଯାୟୀ,ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ହମଲା ଯୋଗୁ ପ୍ରାୟ 90 ଲୋକ ପ୍ରଭାବିତ ହୋଇଛନ୍ତି । ଥର୍ମାଲ ପ୍ଲାଣ୍ଟ ହୁ ହୁ ଜଳୁଥିବା ବେଳେ ନିଆଁକୁ ଆୟତ ପାଇଁ ଚେଷ୍ଟା ଚାଲିଛି ।

ଅନ୍ୟପଟେ ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ଓଲେଗ ସିନେଗୁବୋଭ କହିଛନ୍ତି। ସୁମି, ପୋଲଟାଭା, ଜାପୋରିଜିଆ ଏବଂ ଓଡେସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍ ଓ ପାନୀୟ ଜଳର ସମସ୍ୟା ଦେଖାଦେଇଥିବା ରିପୋର୍ଟ ଆସିଥିଲା । ସେପଟେ ତେଜଷ୍କ୍ରିୟ ବିକିରଣ ଆଶଙ୍କାରେ ଜାପୋରିଜିୟା ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।

Show More

Related Articles

Back to top button