Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ତାଲିବାନକୁ ଧନ୍ୟବାଦ ଜଣାଇଲେ ଜୟଶଙ୍କର

ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ମୁତାକିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। ଗୁରୁବାର ଦିନ ଏକ ଟେଲିଫୋନ୍ ବାର୍ତ୍ତାଳାପରେ, ଜୟଶଙ୍କର ଆଫଗାନ ଲୋକଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତାକୁ ମଧ୍ୟ ମନେ ପକାଇ ଦେଇଥିଲେ। ସେମାନଙ୍କ ଆବଶ୍ୟକତା ବେଳେ ଭାରତର ନିରନ୍ତର ସମର୍ଥନକୁ ବି ଦୋହରାଇଥିଲେ।



