Breaking PLUSଦେଶମୁଖ୍ୟ ଖବର
ସାବରମତୀ ଏକ୍ସପ୍ରେସର 22ଟି ବଗି ଲାଇନଚ୍ୟୁତ
ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ ଟ୍ରେନ୍ କର୍ମଚାରୀ ସୁରକ୍ଷିତ ରହିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ରେଲଓ୍ବେ ଅଧିକାରୀ ପହଞ୍ଚି ରେସକ୍ୟୁ ଏବଂ ଯାଞ୍ଚକୁ ତ୍ଵରାନ୍ବିତ କରିଛନ୍ତି। ଟ୍ରେନ୍ ଟି ବାରଣାସୀ ରୁ ଅହମ୍ମଦାବାଦ ଯାଉଥିଲା। ତେବେ ଦୁର୍ଘଟଣା ପରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ , ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କୁ ବସ୍ ଯୋଗେ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି। ସେପଟେ ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଳ ଟ୍ରାକରେ ରଖାଯାଇଥିବା କୌଣସି ବସ୍ତୁକୁ ଧକ୍କା ଦେବା ପରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି। ଉତ୍ତର ପ୍ରଦେଶ ପୁଲିସ୍ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହାର ତଦନ୍ତ କରୁଛନ୍ତି।