Breaking PLUSଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବର

ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଆଜି ଦେହାନ୍ତ ଘଟିଛି। ଫୁସଫୁସ ସଂକ୍ରମଣ ଯୋଗୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ସାଧନା ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ୨୦୦୩ରେ ମୁଲାୟମ ସାଧନାକୁ ଦ୍ୱିତୀୟ ବିବାହ କରିଥିଲେ।  କାରଣ ମୁଲାୟମଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା ମାଳତୀ ଯାଦବଙ୍କ ମୃତ୍ୟୁ ପରେ ମୁଲାୟମ ଦ୍ୱିତୀୟ ବିବାହ କରିଥିଲେ। ସାଧନାଙ୍କ ଦେହାନ୍ତରେ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ଦୁଖଃଦ ଖବର ପାଇ ସେ ମର୍ମାହତ। ସାଧନାଙ୍କ ଆତ୍ମାକୁ ଭଗବାନ ପବିତ୍ର ସ୍ଥାନକୁ ନେଇଯିବାକୁ ସେ ପ୍ରାର୍ଥନା କରିଛନ୍ତି । ଏଥିସହ ମୁଲାୟମଙ୍କ ପରିବାରକୁ ଭଗବାନ ସାହସ ଓ ଶକ୍ତି ଦିଅନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Show More

Related Articles

Back to top button