Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, ୨୯ ମାର୍ଚ୍ଚ – ମହାନ ବିପ୍ଳବୀ ତଥା ଆଦିବାସୀ ଜନନାୟକ ସହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ । ଆଜି ହେଉଛି ସେହି ମହାନ ବୀରଙ୍କ ସ୍ମୃତିର ଦିନ, ଯିଏ ଦେଶର ସ୍ୱାଧୀନତା ପାଇଁ ହସି ହସି ଫାଶୀ ଖୁଣ୍ଟକୁ ଆପଣେଇ ନେଇଥିଲେ।ମାତୃଭୂମିର ସେବା ଓ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ପୁରୋଧା, ‘ମାଲକାନଗିରିର ଗାନ୍ଧୀ’ ଭାବେ ପରିଚିତ ସହିଦ ଲକ୍ଷ୍ମଣ ନାୟକଙ୍କ ଆଜି ହେଉଛି ଶ୍ରାଦ୍ଧ ଦିବସ।ଏହି ଅବସରରେ ସାରା ଓଡ଼ିଶା ଆଜି ଏହି ବୀର ସନ୍ତାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।୧୮୯୯ ମସିହା ନଭେମ୍ବର ୨୨ରେ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମଣ ନାୟକ ଥିଲେ ଜଣେ ନିର୍ଭୀକ ଜନନାୟକ।ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣିତ ହୋଇ ସେ ଆଦିବାସୀମାନଙ୍କୁ ଏକଜୁଟ କରିଥିଲେ। ୧୯୪୨ ମସିହା ‘ଭାରତ ଛାଡ଼’ ଆନ୍ଦୋଳନ ସମୟରେ ତାଙ୍କ ନେତୃତ୍ୱରେ ମାଥିଲି ଥାନା ଘେରାଉ ଏକ ଐତିହାସିକ ଘଟଣା ଥିଲା। ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ଭୁବନେଶ୍ୱର ଆଦିବାସୀ ପଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସାଂସଦ ମୁନା ଖାନ୍ ଓ ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସେହିପରି ବିଧାନସଭା ବାହାରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହି ସମୟରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମଧ୍ୟ ଉପସ୍ଥିତ ରହିଥିଲେ।

Show More

Related Articles

Back to top button