ଓଡ଼ିଶାଦେଶସ୍ୱତନ୍ତ୍ର

ସ୍କୁଲ ସାମ୍ନାରେ ଆଇସ୍‌କ୍ରିମ୍‌ ଓ ଫାଷ୍ଟ ଫୁଡ୍‌ ବିକ୍ରି ନିଷେଧ

ଏଣିକି ସ୍କୁଲ ସାମ୍ନାରେ ଆଇସ୍‌କ୍ରିମ୍‌ ଓ ଫାଷ୍ଟ ଫୁଡ୍‌ ବିକ୍ରି ନିଷେଧ । ଟ୍ରାଫିକ୍‌ ଜାମ୍‌ ହେଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରଶାସନ ଏଭଳି ଘୋଷଣା କରିଛନ୍ତି । ଆଜିଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି। ବିଭିନ୍ନ ସ୍କୁଲର ନୋଡାଲ ଅଧିକାରୀ, ସହରର ଟ୍ରାଫିକ୍‌ ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେବା ପରେ ଏଭଳି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଗାଇଡ୍‌ଲାଇନ୍‌ ମୁତାବକ, ସ୍କୁଲ ଆଖପାଖରେ କୌଣସି ଦୋକାନ କିମ୍ବା ଗାଡ଼ିକୁ ଆଇସ୍‌କ୍ରିମ୍‌, ଚାଟ୍‌, ବେଲୁନ୍‌ ଓ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦିଆଯାଇନାହିଁ। ଏମାନେ ସ୍କୁଲ ସମୟ ପରେ ଟ୍ରାଫିକ୍‌ ଜାମ୍‌ କରାଉଛନ୍ତି। ସ୍କୁଲରୁ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ବୁଲାବୁଲି କରିବା ପରିବର୍ତ୍ତେ ସିଧା ସ୍କୁଲ କ୍ୟାବ୍‌ କିମ୍ବା ବସ୍‌ ଭିତରେ ବସିବାକୁ ହେବ। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ନେବା ପାଇଁ ସ୍କୁଲ ଛୁଟି ହେବା ପୂର୍ବରୁ ପହଞ୍ଚୁଛନ୍ତି, ସେମାନଙ୍କୁ ନିଜ ଗାଡ଼ିକୁ ସ୍କୁଲ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ କରିବା ଆବଶ୍ୟକ। ସ୍କୁଲ ଛୁଟି ହେବା ପରେ ଅଭିଭାବକ ସ୍କୁଲ ଯାଏଁ ଗାଡ଼ି ନେଇ ଆସିବା ଆବଶ୍ୟକ ଓ ନିଜ ପିଲାକୁ କମ୍‌ ସମୟ ମଧ୍ୟରେ ନେଇ ଏହି ପରିସରରୁ ଚାଲିଯିବା ଉଚିତ୍‌। ଫଳରେ ଗହଳି ହେବ ନାହିଁ କି ଶବ୍ଦ ବି ଅଧିକ ହେବ ନାହିଁ । ସ୍କୁଲ ଆଡ଼କୁ ଆସୁଥିବା କୌଣସି ରାସ୍ତାରେ କାହାକୁ ବି ଗାଡ଼ି ପାର୍କିଂ କରିବାର ଅଧିକାର ନାହିଁ। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଅ

Show More

Related Articles

Back to top button