ବାରମ୍ବାର ସଲମାନ ଖାନ୍ଙ୍କୁ ମିଳୁଛି ହତ୍ୟା ଧମକ

ମୁମ୍ବାଇ: ସଲମାନ ଖାନ୍ଙ୍କୁ ବାରମ୍ୱାର ହତ୍ୟା ଧମକ ଦିଆଯାଉଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ ନିଜ ସୁରକ୍ଷା ପାଇଁ ନିଜ ପାଖରେ ଅସ୍ତ୍ର ରଖିବାକୁ ମୁମ୍ବାଇ ପୁଲିସ ଠାରୁ ଅନୁମତି ମାଗିଛନ୍ତି ସଲମାନ। ନିଜ ସୁରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଲାଇସେନ୍ସ ଦେବାକୁ ସଲମାନ ମୁମ୍ବାଇ ପୁଲିସ ପାଖରେ ଆବେଦନ କରିଛନ୍ତି। ଗତ ମାସରେ ସଲମାନ ଖାନ ଓ ତାଙ୍କ ବାପା ସଲୀମ ଖାନଙ୍କୁ ହତ୍ୟା କରାଯିବା ନେଇ ବ୍ରାନ୍ଦ୍ରାର ବେଣ୍ଡଷ୍ଟାଣ୍ଡ ପ୍ରୋମେନାଡରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହାପରେ ମହାରାଷ୍ଟ୍ର ସରକରା ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ତେବେ ଏହି ଘଟଣା ପରେ ନିଜ ସୁରକ୍ଷା ପାଇଁ ପାଖରେ ଅସ୍ତ୍ର ରଖିବାକୁ ପୁଲିସ ପାଖରେ ଲାଇସେନ୍ସ ପାଇଁ ଆବଦେନ କରିଥିବା ସୂଚନା ମିଳିଛି। ଧମକପୂର୍ଣ୍ଣ ଚିଠି ନେଇ ଆଜି(ଜୁଲାଇ ୨୨) ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକର ଆଦି ସଲମାନ ଖାନ ଓ ତାଙ୍କ ବାପାଙ୍କୁ ଭେଟିଛନ୍ତି। ଏତିକିବେଳେ ସଲମାନ ଅସ୍ତ୍ର ପାଇଁ ଲାଇସେନ୍ସ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି। । ଏଥିରେ ସଲମାନ ଓ ତାଙ୍କ ବାପା ତଥା ଲେଖକ ସଲୀମ ଖାନ୍ଙ୍କୁ ବି ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ହତ୍ୟା ଧମକ ଦେଇଥିଲା। ଚିଠିରେ ଲେଖାଯାଇଥିଲା- ତୁମର ବି ମୁସେୱାଲା କରିଦେବୁ। ଅର୍ଥାତ ସିଦ୍ଧୁ ମୁସେୱାଲାଙ୍କ ଭଳି ତୁମକୁ ବି ହତ୍ୟା କରିବୁ। ସେ ତାଙ୍କ ଗାଡିରେ ଯାଉଥିବା ବେଳେ ୨୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।