ସାଉଥ୍ ହିରୋଇନ ଭାବେ ବେଶ୍ ଜଣାଶୁଣା ଅଭିନେତ୍ରୀ ସମନ୍ଥା ଋଥପ୍ରଭୁ । ସମନ୍ଥା ତାଙ୍କ ସ୍ୱାମୀ ଅଭିନେତା ନାଗାଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ସମନ୍ଥା । ଏନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।
ତେଲୁଗୁ ପ୍ରକାଶନ ସିନେ ଜୋଶଙ୍କ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ସମନ୍ଥାଙ୍କୁ ଦ୍ୱିତୀୟ ବିବାହ ପାଇଁ ତାଙ୍କ ଗୁରୁ ସଦଗୁରୁ ଜଗଦିଶ୍ ବାସୁଦେବଙ୍କ ବ୍ୟତୀତ ଅନ୍ୟ କେହି ବି ରାଜି କରାଇ ନାହାଁନ୍ତି । ତେବେ ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସମନ୍ଥାଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।