Breaking PLUSଓଡ଼ିଶାମୁଖ୍ୟ ଖବର

ସଂପତି ପାଇଁ ମାଆ ଝିଅଙ୍କୁ ହତ୍ୟା

ସମ୍ବଲପୁର : ଘରେ ନିଆଁ ଲାଗି ଜଳିଗଲେ ମାଆ ଓ ଝିଅ। ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ଏକ ଘରେ ରାତିରେ ମାଆ ଝିଅ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ମାଆ ଏବଂ ଝିଅ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମାଆଙ୍କର ବୟସ ୯୦ ବର୍ଷ ହୋଇଥିବାବେଳେ ଝିଅର ବୟସ ୬୬ ବର୍ଷ। ମୃତକ ସ୍ନେହଲତା ଦୀକ୍ଷିତ ଏବଂ ସୈରେନ୍ଦ୍ରୀ ଦୀକ୍ଷିତ ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ସମ୍ପତ୍ତି ପାଇଁ ଭାଇ ଏବଂ ଭାଉଜ ହତ୍ୟା କରିଥିବା ଅନ୍ୟ ଜଣେ ଭଉଣୀ ଅଭିଯୋଗ ଆଣିଛନ୍ତି।

Show More

Related Articles

Back to top button