Breaking PLUSଓଡ଼ିଶାମୁଖ୍ୟ ଖବର
ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ସମ୍ବଲପୁର- ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି । ତାଙ୍କ ନାମ କାଜଲ ବୋଲି ଜଣାପଡିଛି।
କନ୍ଦରପୁର ସ୍ଥିତ ମହାନଦୀ କୂଳରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ମୃତଦେହ ବୋଲି ଜଣାପଡିଛି । ସେ ଦୀର୍ଘ ୪ ଦିନ ତଳେ ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ।