Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କ୍ଷମା ପ୍ରାର୍ଥନା କଲେ ସମ୍ବିତ ପାତ୍ର

ପୁରୀ: ଶ୍ରୀଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଦେଇଥିବା ମନ୍ତବ୍ୟ ପରେ ଭୁଲ ସ୍ୱୀକାର କରିଛନ୍ତି। ଭୁଲ ପାଇଁ ତିନି ଦିନ ଉପବାସ କରିବେ ବୋଲି କହିଛନ୍ତି। ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ଦେଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତଙ୍କ ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିଥିଲେ।

Show More

Related Articles

Back to top button