Breaking PLUSଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର
‘ସନମ୍ ବେୱଫା’ ନିର୍ଦେଶକ ସାୱନ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ‘ସନମ୍ ବେୱଫା’ ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ନିର୍ଦେଶକ ସାୱନ କୁମାର ଟାକ୍ଙ୍କର ଆଜି ଦେହାନ୍ତ ଘଟିଛି। ଛାତିରେ ଯନ୍ତ୍ରଣା କାରଣରୁ ବୁଧବାର ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ବର୍ତ୍ତମାନ ଖବର ଆସିଛି ଯେ, ସାୱନ ଦୁନିଆରୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସୂଚନାନୁସାରେ, ସାୱନ ବିବାହ କରି ନଥିଲେ। ତାଙ୍କର ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି। ଗତ ଦୁଇ ଦିନ ହେବ ସେ ହୃଦୟ ଜନିତ ସମସ୍ୟାରେ ପିଡ଼ିତ ଥିଲେ। ଏହି କାରଣରୁ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପ୍ରାୟ ଅପରାହ୍ନ ୪ଟା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ୧୯ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି।