Breaking PLUSଦେଶମୁଖ୍ୟ ଖବର
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ସମ୍ମାନିତ

ଭୁବନେଶ୍ଵର: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି। ୱେମାଉଥରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେଠାରେ ସେ ଭଗବାନ ଗଣେଶଙ୍କର ୧୦ ଫୁଟ ଉଚ୍ଚର ବାଲୁକା ମୂର୍ତ୍ତି ନିର୍ମାଣ କରି ଶାନ୍ତିର ବାର୍ତ୍ତା ଦେଇଥିଲେ।


