Breaking PLUSଓଡ଼ିଶାମୁଖ୍ୟ ଖବର
ବ୍ରିଜରୁ ଖସିଲା ବାଲି ବୋଝେଇ ହାଇୱା

ସମ୍ବଲପୁର : ବ୍ରିଜରୁ ଖସି ଲଟକିଛି ବାଲି ବୋଝେଇ ହାଇଓ୍ବା। କ୍ୟାବିନ୍ରେ ଚାପି ହୋଇ ରହିଛନ୍ତି ଡ୍ରାଇଭର। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ହାଇୱା ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ହାଇୱା ଗାଡି। ଫଳରେ କ୍ୟାବିନ୍ରେ ଚାପି ହୋଇ ରହିଛନ୍ତି ଡ୍ରାଇଭର। ଖବର ପାଇ ଘଟଣାସ୍ଥଳରେ ରେଢାଖୋଲ ପୁଲିସ୍ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।