
ଖୋଲିଲା ସାରଥି ଆଶ୍ରମ । ଦୀର୍ଘଦିନ ଧରି ବନ୍ଦ ରହିଥିବା ବହୁଚର୍ଚ୍ଚିତ ସାରଥି ଆଶ୍ରମ ପୁଣିଥରେ ଖୋଲିଛି । ତେବେ ଜନ୍ମାଷ୍ଟମୀ ଅବସରରେ ଅନେକ ଲୋକ ଆଶ୍ରମରେ ସାରଥୀ ଫୋଟକୁ ପୂଜା କରିବା ସହ ନାମ ସଂକୀର୍ତ୍ତନ କରିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଆଶ୍ରମ କିଏ ଏବଂ କେଉଁ ଉଦ୍ଦ୍ୟଶରେ ଖୋଲିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଯୋଗ୍ୟ , ୨୦୧୩ ଅଗଷ୍ଟ ୮ ତାରିଖରେ ବାରିମୂଳ ଆଶ୍ରମରୁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୨୦୧୯ ଜୁଲାଇରେ ବେଲ୍ ପାଇ ଜେଲରୁ ବାହାରିଥିଲେ ସାରଥି । ବେଲ୍ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାରିମୂଳ ସ୍ଥିତ ସାରଥି ଆଶ୍ରମକୁ ସମସ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା ।