Breaking PLUSଓଡ଼ିଶାମୁଖ୍ୟ ଖବର
କେନ୍ଦ୍ରାପଡା ଯିବେ ସାରଥୀ ବାବା

କେନ୍ଦ୍ରାପଡା- ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ୍ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ମିଳିଛି । ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି । ଆଶ୍ରମ ଯାଇପାରିବେନି, ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି ନିର୍ଦ୍ଦେଶରେ କୁହାଯାଇଛି ।
ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର । ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ସର୍ତ୍ତ ଥିଲା । ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କଲେ ହାଇକୋର୍ଟ । କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହ ଊର୍ଦ୍ଧ୍ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ଥିଲା ।