ଶଶାଙ୍କ ଘୋଷଙ୍କ ନୂଆ ସିନେମା ‘ଫ୍ରେଡି’

ଶଶାଙ୍କ ଘୋଷ ନିଜ ନିର୍ଦ୍ଦେଶିତ ନୂଆ ସିନେମା ‘ଫ୍ରେଡି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଶଶାଙ୍କ ପୂର୍ବରୁ ‘ବୀରା ଦି ୱେଡିଙ୍ଗ୍’ ଓ ‘ଖୁବସୁରତ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଚର୍ଚ୍ଚିତ ହେଇଛନ୍ତି । ଏହାର କାହାଣୀ ଲେଖିଛନ୍ତି ରଜତ ଅରୋରା, ଯିଏ ଅତୀତରେ ୱାନ୍ସ ଅପନ୍ ଏ ଟାଇମ୍ ଇନ ମୁମ୍ବାଇ, ଡାର୍ଟି ପିକଚର, କିକ୍ ଓ ଗବ୍ବର ଇଜ୍ ବ୍ୟାକ୍ ପରି ଚଳଚ୍ଚିତ୍ରର କାହାଣୀକାର। ରଜତ ଆରୋରା ‘ପ୍ଲାନ୍-ଏ ପ୍ଲାନ୍-ବି’ ଫିଲ୍ମର ମଧ୍ୟ ପ୍ରଯୋଜନା କରୁଛନ୍ତି । ଏଥିରେ ରିତେଶ ଓ ତମନ୍ନାଙ୍କ ସହ ପୁନମ୍ ଧିଲନ୍, କୁଶା କାପିଲା ପ୍ରମୁଖ ଅଛନ୍ତି । ରଜତଙ୍କ ଯୋଜନା ଏହାକୁ ନେଟ୍ଫ୍ଲିକସ ମାଧ୍ୟମରେ ବିଶ୍ବର ଅତିକମ୍ରେ ୧୯୦ଟି ଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବେ ।
ନିର୍ଦ୍ଦେଶକ ଶଶାଙ୍କ ମଧ୍ୟ ରଜତଙ୍କ ଏଇ ବିଶ୍ବସ୍ତରୀୟ ରିଲିଜ୍ ଯୋଜନାକୁ ସ୍ବାଗତ କରି ଖୁସିବ୍ୟକ୍ତ କରିଛନ୍ତି । ନେଟ୍ଫ୍ଲିକ୍ସରେ ପ୍ରଦର୍ଶିତ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ପ୍ଲାନ୍-ଏ ପ୍ଲାନ୍-ବି’ । ଏଥିରେ ରିତେଶ ଦେଶମୁଖ ଓ ବାହୁବଳୀ ଶେର୍ନୀ ତମନ୍ନାଙ୍କୁ ଦେଖିବାକୁ ମିଳିବ । ଏହା ଏକ ପ୍ରେମ କାହାଣୀ। ରିତେଶ କହିଛନ୍ତି, ଏଇ ଚଳଚ୍ଚିତ୍ର ମାଧ୍ୟମରେ ମୁଁ ଅଗଣିତ ଦର୍ଶକଙ୍କ ପାଖରେ ପହଞ୍ଚିବାର ସୁଯୋଗ ପାଇବି। ତମନ୍ନା ମଧ୍ୟ କହିଛନ୍ତି ଏଇ ସିନେମାଟି ମୋ ପାଇଁ ବିଶେଷ ଖୁସି ଆଣିଦେବ ବୋଲି ମୁଁ ଆଶା କରୁଛି। ଚଳଚ୍ଚିତ୍ରର କାହାଣୀରୁ ତମନ୍ନା ନିଜ ଚରିତ୍ର ବିଷୟରେ ଜାଣିବା ପରେ ବେଶ୍ ଉତ୍ସାହିତ ଅଛନ୍ତି ।



