Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ
ପୁଣି ସ୍କୁଲ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୦୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଲକ୍ଷ୍ନୌ : ପୁଣି ଫେରୁଛି କରୋନା । ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର ଜିଲ୍ଲାରେ କରୋନା ସଂକ୍ରମଣ ବଢିଚାଲିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୦୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୩ ଜଣ ସ୍କୁଲ୍ ପିଲା ଅଛନ୍ତି। ସେହିପରି ସୋମବାର ଜିଲ୍ଲାରେ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍କୁଲ୍ ଛାତ୍ର ଥିଲେ। ବର୍ତ୍ତମାନ ଜିଲ୍ଲାରେ ୪୧ ସକ୍ରିୟ ମାମଲା ରହିଛି। ମଙ୍ଗଳବାର ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ପାଇଛି। ସୋମବାର ଦେଶରେ ୨,୧୮୩ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୧,୨୪୭ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ଖବର ମିଳିଛି ।