Breaking PLUSଓଡ଼ିଶାମୁଖ୍ୟ ଖବର
ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ
କଟକ- ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ପିଲା ପାଠ ପଢୁଥିବେ ଉକ୍ତ ବିଦ୍ୟାଳୟକୁ ବନ୍ଦକରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ କାଏମ୍ ରଖିଛନ୍ତି। ସ୍କୁଲ୍ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଦ କରିବା ପରେ ଏହାକୁ ବିରୋଧ କରି ରାଜ୍ୟ ସରକାର ହାଇକୋର୍ଟକୁ ରିଟ୍ ଅପିଲ୍ରେ ଆସିଥିଲେ। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି। ସ୍କୁଲ୍ ମିଶ୍ରଣକୁ ବିରୋଧ କରି ଆସିଥିବା ଆବେଦନକାରୀମାନେ ଜିଲା ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଅଭିଯୋଗ ରଖିପାରିବେ ବୋଲି ଅଦାଲତ କହିଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ନ୍ୟାୟାଳୟ କହିଛନ୍ତି।